କୁମୁଡା ପାହାଡ ପ୍ରକୃତିକ ବୈଭବ ରେ ଭରା ଏକ ମନୋରମ ପର୍ଯ୍ୟଟନ ସ୍ଥଳ । ଏହି ପାହାଡର ଏକ ବିରାଟ ପ୍ରକୃତିକ ଗୁମ୍ଫା ( ଯାହାର ଦୈର୍ଘ୍ୟ ୮୦ ଫୁଟ ଓ ପ୍ରସ୍ଥ ୪୦ ଫୁଟ ) ଭିତରେ ପ୍ରଭୁ ଧବଳେଶ୍ଵର ମହାଦେବ ପୂଜା ପାଇଥାନ୍ତି । ଏହାକୁ ଲାଗି ଅନ୍ୟ ତିନୋଟି ଗୁମ୍ଫା ରହିଛି । ଧବଳେଶ୍ଵର ମନ୍ଦିରଟି ପାହାଡର ପାଦଦେଶରୁ ୪୦ ଫୁଟ ଉଚ୍ଚରେ ଅବସ୍ଥିତ । ବିଶ୍ଵାସ କରାଯାଏ ଯେ , ଧବଳେଶ୍ଵର ମହାଦେବ ଭାରି ଦୟାଳୁ , ସେ ଭକ୍ତର ମନବାଞ୍ଛା ପୂରଣ କରିଥାନ୍ତି । ଶ୍ରାବଣ ଓ ଶିବରାତ୍ରୀ ସମୟରେ ହଜାର ହଜାର ଭକ୍ତ ବାବାଙ୍କର ଦର୍ଶନ କରି ଆଶୀର୍ବାଦ ଲାଭ କରିଥାନ୍ତି ।
ନିକଟରେ ଥିବା ଶ୍ରୀରାମ ମନ୍ଦିର ଏହି ସ୍ଥାନ ର ମର୍ମ ଓ ଗୁରୁତ୍ଵ ବୃଦ୍ଧି କରିବାରେ ବିଶେଷ ସହାୟକ ହେଉଛି । ଏହି ପ୍ରକୃତିକ ପାହାଡର ଉପରି ଭାଗରେ ଥିବା ଛୋଟ ସଂରକ୍ଷିତ ଜଙ୍ଗଲ ମନ୍ଦିରର ଶୋଭାକୁ ଆହୁରି ଦ୍ଵିଗୁଣିତ କରୁଅଛି । ପାହାଡ ନିକଟେ ରେ ଥିବା ବିରାଟ ପ୍ରକୃତିକ ଜଳାଶୟରେ ପର୍ଯ୍ୟଟକ ମାନେ ଜଳକ୍ରୀଡା କରି ଭରପୁର ମଜା ନେଇପାରିବେ । ଏହା ଟିଟିଲାଗଡ ଠାରୁ ମାତ୍ର ୦.୫ କି:ମି: ଦୂରରେ ଅବସ୍ଥିତ । ଏଠାରେ ହୋଟେଲ ଓ ଧର୍ମଶାଳା ଉପଲବ୍ଧ ।
ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟ
ସଡ଼କ ପଥରେ
ଟିଟିଲାଗଡ କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ । ଟିଟିଲାଗଡ ଠାରୁ କୁମୁଡା ପାହାଡ ରେଳ ,ବସ କିମ୍ବା ଟେକସି ରେ ଯାଇ ପାରିବେ ।
ରେଳଗାଡ଼ିରେ
ଟିଟିଲାଗଡ କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।