ବଲାଙ୍ଗିର ସହରଠାରୁ ପଶ୍ଚିମକୁ ୪୦ କିମି ଦୂରରେ ପାଟଣାଗଡ଼ ଅବସ୍ଥିତ । ଯାହା ପ୍ରାଚୀନ ପାଟଣା ସାମ୍ରାଜ୍ୟର ରାଜଧାନୀ ରୂପେ ପରିଚିତ । ପ୍ରାଚୀନ କାଳରୁ ମା ପାଟଣେଶ୍ବରୀ ଦେବୀ ଉଭୟ ପୁରାତନ ଓ ଆଧୁନିକ ପାଟଣାଗଡ଼ର ଅଧିଷ୍ଠତ୍ରୀ ଦେବୀ ଭାବରେ ପୂଜା ପାଇ ଆସୁଅଛି । ପ୍ରାକୃତିକ ସୌନ୍ଦଜ୍ୟରେ ପରିବେଷ୍ଟିତ ଆଧୁନିକ ପାଟଣାଗଡ଼,ପାଟଣେଶ୍ବରୀ ମନ୍ଦିର ପାଇଁ ଖ୍ୟାତି ଲାଭ କରିଅଛି । ପାଟଣେଶ୍ବରୀ ମନ୍ଦିର ଚାଲୁକ୍ୟ ରୀତିରେ ଶକ୍ତି ପିଠ ଭାବରେ ପୂଜା ପାଇ ଆସୁଅଛି । ଏବଂ ଏଠାରେ ସମଲେଶ୍ଵର ଶିବ ଦ୍ଵାଦଶ ଶତାବ୍ଦୀର କଳା ଭାସ୍କଜ୍ୟର ଗୁରୁତ୍ଵ ବହନ କରୁଛି । ଏଠାରେ ଥିବା ମନ୍ଦିରର କଳା ଭାସ୍କଜ୍ୟ ପଶ୍ଚିମ ଓଡିଶାର ତତ୍କାଳୀନ ଚୌହାନ ବଂଶ ଶାସକଙ୍କ ଦ୍ଵାରା ନିର୍ମିତ ମନ୍ଦିରର ଅବଶେଷର ଦୃଷ୍ଟାନ୍ତ ।
ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟ
ସଡ଼କ ପଥରେ
ବଲାଙ୍ଗିର ଠାରୁ ପାଟଣାଗଡ଼ ବସ କିମ୍ବା ଟେକସି ରେ ଯାଇ ପାରିବେ ।
ରେଳଗାଡ଼ିରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।